ଭୁବନେଶ୍ୱର (ଏଟିଆଟ ବ୍ୟୁରୋ); ଧିରେ ଧିରେ ଉଗ୍ରରୂପ ନେଉଛି ସାମୁଦ୍ରକି ଝଡ ‘ଫୋନି’ । ତେବେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୁରୀରେ ରହିଥିବା ସମସ୍ତ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଟ୍ରେନ୍ ଏବଂ ବସ୍ ବ୍ୟବସ୍ଥା । ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୫ଟି ସ୍ୱତନ୍ତ୍ର ଟ୍ରେନ୍ ବସ୍ ବ୍ୟବସ୍ଥା କରାଯାଇଛି।ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କ’ଣ ବ୍ୟବସ୍ଥା ହୋଇଛି, ତାହା ସ୍ପଷ୍ଟ ହୋଇପାରିନି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଭୁବନେଶ୍ୱର ପଳାଇବାକୁ କୁହାଯାଇପାରେ ବୋଲି ଜଣାପଡ଼ୁଛି।
ଏହା କୋଲକତା ପର୍ଯ୍ୟନ୍ତ ଯିବ। ସେପଟେ ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ପୁରୀରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯିବ। ପୁରୀରୁ ସାଲିମାରକୁ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍। ପୁରୀରୁ ସାଲିମାରକୁ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍। ଖୋର୍ଦ୍ଧା ରୋଡ,ଭୁବନେଶ୍ୱର,କଟକ,ଯାଜପୁର ରୋଡ,ଭଦ୍ରକ, ବାଲେଶ୍ୱର ଓ ଖଡଗପୁରରେ ରହିବ ଏହି ସ୍ୱତନ୍ତ୍ର ଟ୍ରେନ୍। ଦିନ ୧.୩୦ରେ ଭୁବନେଶ୍ୱରରେ ପହଞ୍ଚିବ ଏହି ସ୍ୱତନ୍ତ୍ର ଟ୍ରେନ୍।ଏଥିରେ ଜେନେରାଲ୍, ସ୍ଲିପର୍, ୩ ଏ, ୨ଏ ଆଦି ବଗି ରହିଛି।
ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶାର ନିକଟତର ହେବାରେ ଲାଗିଛି। ପୁରୀଠାରୁ ଏହା ୫୧୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।