ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜଳୁଛି ଭୁବନେଶ୍ୱର । ତାତିରେ ଫୁଟୁଛି ରାସ୍ତା ଠୁ ଛାତ । ଯୁଆଡେ ଦେଖିବ ସିଆଡେ ଧୁଧୁ ଖରା । ଘରୁ ପାଦ କାଢିଲେ ଜଳିଯାଉଚି ଦେହ ହାତ । ୧୨ ଟା ବାଜିଲେ ରାସ୍ତା ଘାଟ ହେଇ ପଡୁଛି ଫାଙ୍କା । ଘରେ ଏସି ବି କାମ କରୁନି । ଆଜି ଏମିତି ଅବସ୍ଥା ଦେଖିବାକୁ ମିଳିଛି ରାଜଧାନୀରେ । ଭୁବନେଶ୍ୱରରେ ତାପମାତ୍ରା ପ୍ରତିଦିନ ୪୦ ଡିଗ୍ରୀ ଉପରେ ରହୁଛି । ଯାହା ଫଳରେ ସକାଳ ୧୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାସ୍ଥା ଘାଟ ପୂର୍ବ ଅପେକ୍ଷା ଫାଙ୍କା ଫାଙ୍କା ଲାଗୁଛି । ସେହିଭଳି ଖରାକୁ ଆଖି ଆଗରେ ରଖି ଗତ କାଲି ସରକାର ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିଛନ୍ତି ।
ସେହିଭଳି କୋର୍ଟ କଚେରୀ ଓ କେତେକ ସରକାରୀ ଅଫିସକୁ ସକାଳୁଆ କରାଯାଇଛି । ଏହି ସପ୍ତାହକୁ ଯଦି ନଜର ଦବା ସପ୍ତାହ ସାରା ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହିଛି । ଖାଲି ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସେହିଭଳି ଚଳିତ ବର୍ଷ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ କାଲି ବାଲେଶ୍ୱର ଭୋଗରାଇରେ ହୋଇଛି । ବିଲରୁ ଫେରୁଥିବା ବେଳେ ଜଣେ ଚାଷୀ ଖରା ସହି ନପାରି ମୃତ୍ୟୁ ବରଣ କରିଛନ୍ତି । ଅଂଶୁଘାତକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କିଛି ନିର୍ଦିଷ୍ଟ ଗାଇଡ୍ ଲାଇନ କରାଯାଇଛି । ଯେମିତି କି ଦି ୧୧ ଟା ପରେ କୌଣସି ଶ୍ରମିକ ଶାରିରୀକ ପରିଶ୍ରମ କରିବାକୁ ବାରଣ କରାଯାଇଛି ।