ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ହୋଇଛି । ସ୍ୱାଭାବିକଠୁ ୨ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହୋଇଛି । ଏବେଠୁ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଆଗକୁ ସ୍ଥିତି ଆହୁରୀ ସଙ୍ଗୀନ ହେବାର ସମ୍ଭାବନା ରହିଛି ।
ଗତକାଲି ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ଅଧିକ୍ରମ କରିଥିବା ବେଳେ ଆଗାମୀ ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।