ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୫.୨ ଡିଗ୍ରୀ ଛୁଇଁଛି ବାଲେଶ୍ୱର । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ବାଲେଶ୍ୱର ୩୫.୨, ପାରାଦୀପ ୩୩.୪, ଭୁୁବନେଶ୍ୱର ୩୩.୨, ଭବାନୀପାଟନା ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେପଟେ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳି ପ୍ରବଳ ମାତ୍ରାରେ ଅନୁଭୂତ ହେଉଛି ।