ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଚ୍ଚ ଆରମ୍ଭ ରୁ କଲବଲ କଲାଣି ଖରା । ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ଲୋକେ । ଲଗାତର ଭାବେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୧୦ ଟି ସହରରେ ୩୬ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଟିଟଲାଗଡରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ପଶ୍ଚିମ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଶକ୍ତିଶାଳୀ ହେବର ସମ୍ଭାବନା ଥିବା ହେତୁ ଦିନ ତାପମାତ୍ରାରେ ୩ ରୁ ୪ ଡିଗ୍ରୀ ତାପାମାତ୍ରା ବୃଦ୍ଧି ହେବ । ଏହାସହିତ ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ମଧ୍ୟ ରହିଛି ।