ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା କେରାଣ୍ଡି ନାଳ ଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । କେରାଣ୍ଡି ପଞ୍ଚାୟତର ଡାଳିମ୍ବପୁର, ଅମରା, ରାଟିଣୀ ଯିବା ମୁଖ୍ୟ ରାସ୍ତାରେ ଗ୍ରାମ ଉନ୍ନୟନ ପକ୍ଷରୁ ବ୍ରିଜ୍ ନିର୍ମାଣ କାମ ଚାଲୁଥିବାରୁ ଯିବା ଆସିବା ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା ।
ଅସ୍ଥାୟୀ ରାସ୍ତା ଧୋଇଯିବା ଫଳରେ ୩ ଟି ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଯାହାଫଳରେ ଚିନ୍ତାରେ ଗ୍ରାମବାସୀ ।