ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ଅନେକ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି । କୋହଲା ପାଗରୁ ଏବେ ପୂରା ବଦଳିଯାଇଛି ପାଗ । କିନ୍ତୁ ଆଗକୁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଗାମୀ ୪ ଦିନ ଭିତରେ ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ଯାଏଁ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା ୧୬ ତାରିଖ ବେଳକୁ ପଶ୍ଚିମ ଓଡିଶାର ଭବାନୀପାଟଣା, ଟିଟଲାଗଡର ତାପମାତ୍ରା ୪୩ ଡିଗ୍ରୀ ପହଁଚିବାର ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡିଶାର କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ଓ ଚାନ୍ଦବାଲଧ୍ର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଛୁଇଁପାରେ ।