ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାପମାତ୍ରା ଏବେ ତଳମୁହାଁ ହୋଇଛି । ଯାହାଫଳରେ ଶୀତ ବଢିଛି । ୬ ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି ଅଧିକାଂଶ ସହରର ତାପମାତ୍ରା । ଆଗାମୀ ୫ ଦିନ ଯାଏଁ ତାପମାତ୍ର୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବ ।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ଯୋଗୁଁ ଓଡିଶାକୁ ଯେଉଁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବାହ ପ୍ରବେଶ କରୁଥିଲା ତାହା ଏବେ କମିଛି ।