ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ ହୁଳା । ରାଜ୍ୟରେ ଉପରମୁହାଁ ହୋଇଛି ପାରଦ । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅଧିକ ପ୍ରଭାବିତ ହେଉଛି ।
ଝାରସୁଗୁଡା ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୧ ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରର ପାର୍ କରିଛି ।
ଅନ୍ୟପଟେ ଆସନ୍ତା ୧୬ ଓ ୧୭ ତାରିଖରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ୪୫ ଡିଗ୍ରୀ ପାର୍ କରିପାରେ ତାପମାତ୍ରା ।