ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସରିଲା ଶିତ । ଏଥର ଆରମ୍ଭ ହେବ ଖରା । ଚଳିତ ବର୍ଷ ମୁଣ୍ଡ ଫଟା ଖରା ହେବ ବୋଲି ଆଗୁଆ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗ୍ରୀଷ୍ମ ପବାହ ଆରମ୍ଭରୁ ୩୫% ତାପମାତ୍ରା ଛୁଇଁପାରେ । କେତେକ ସ୍ଥାନରେ ୪୦%ରେ ବି ଡେଇଁପାରେ ଆସନ୍ତା ସପ୍ତାହକ ମଧ୍ୟରେ । ଏଣୁ ଖରାକୁ ବାହାରିବା ପୂର୍ବରୁ ପାଣି ବୋତଲ,ଛତା ଇତ୍ୟାଦି ନେଇ କରି ଯିବା ପାଇଁ ସତର୍କ କରାଯାଇଛି । ଏବେଠାରୁ ଦିନରେ ମଧ୍ୟ ଖରା ବଢ଼ୁଥିବା ଦେଖିବାକୁ ମିଳୁଛି । ଏଣୁ ଆଗାମି ଦିନରେ ଏହାର ପ୍ରଭାବ ଆଗୁଆ ଅନୁମାନ କରି ହେଉଛି ।
ପାଣିପାଗ ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ,ଗଞ୍ଜାମଗଜପତି,ମାଲକାନଗିରି,କୋରପୁଟ ଏବଂ ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ଗୁରୁବାର ମାଲକାନଗିରି ଜିଲ୍ଲାର ତାପମାତ୍ରାକୁ ସର୍ବୋଚ୍ଚ ନିଆଯାଇଛି । ସେଠାରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝର, ବାଲେଶ୍ବର, ବାରିପଦା, ଚାନ୍ଦବାଲି ଓ ପାରାଦୀପ ସହର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା।
ଖରା ଆରମ୍ଭରୁ ଏତେ ଜୋରରେ ଖରା ହେଉଥିବାରୁ ଆଗାମି ଦିନରେ ଏହା ଅସହ୍ୟ ହେବ ବୋଲି ଅନୁମାନ କରାଯାଉଛି । ତେବେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଖରାରେ ବାହାରକୁ ଯିବା ପାଇଁ ନିତାନ୍ତ ବ୍ୟବହାର୍ଯ୍ୟ ଦ୍ରବ୍ୟ ନେଇ ଯିବା ପାଇଁ ସତର୍କ କରାଯାଇଛି । ପୂର୍ବବର୍ଷ ଅଂଶୁଘାତରେ କିଛି ଲୋକଙ୍କ ଜୀବନ ଯାଇଥିଲା ।