ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ହନ୍ତସନ୍ତ ଲୋକେ । ସକାଳ ୮ ଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ । ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଓ ଆଦ୍ରତା ରେକର୍ଡ ହୋଇଛି । ତେବେ କେଉଁଠି କେତେ ତାପମାତ୍ରା ଓ ଆଦ୍ରତା ଆସନ୍ତୁ ଜାଣିବା ।
ଝାରସୁଗୁଡାରେ ଆଦ୍ରତା ୨୨ ପ୍ରତିଶତ ଏବଂ ତାପମାତ୍ରା ୪୨ ଡିଗ୍ରୀ, ସମ୍ବଲପୁରରେ ଆଦ୍ରତା ୩୯ ପ୍ରତିଶତ ଏବଂ ତାପମାତ୍ରା ୩୯.୨ ଡିଗ୍ରୀ,କେନ୍ଦୁଝରରେ ଆଦ୍ରତା ୮୦ ପତିଶତ ଏବଂ ତାପମାତ୍ରା ୩୭.୬ ଡିଗ୍ରୀ, ହୀରାକୁଦରେ ଆଦ୍ରତା ୪୩ ପ୍ରତିଶତ ଏବଂ ତାପମାତ୍ରା ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ଆଦ୍ରତା ୬୬ ପ୍ରତିଶତ ଏବଂ ତାପମାତ୍ରା ୩୬.୬ ଡିଗ୍ରୀ,ଭୁବନେଶ୍ୱରରେ ଆଦ୍ରତା ୫୯ ପ୍ରତିଶତ ଏବଂ ତାପମାତ୍ରା ୩୫.୬ ଡିଗ୍ରୀ, ଗୋପାଳପୁରରେ ଆଦ୍ରତା ୭୪ ପ୍ରତିଶତ ଏବଂ ତାପମାତ୍ରା ୩୫ ଡିଗ୍ରୀ, ପାରାଦୀପରେ ଆଦ୍ରତା ୭୧ ପ୍ରତିଶତ ଏବଂ ତାପମାତ୍ରା ୩୪ ଡିଗ୍ରୀ, ବାଲେଶ୍ୱରରେ ଆଦ୍ରତା ୭୯ ପ୍ରତିଶତ ଏବଂ ତାପମାତ୍ରା ୩୧.୮ ପ୍ରତିଶତ, ପୁରୀରେ ଆଦ୍ରତା ୮୩ ପ୍ରତିଶତ ଏବଂ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।