ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପ୍ରବଳ ବର୍ଷାରେ ଦକ୍ଷୀଣ ଓ ପଶ୍ଚିମ ଓଡିଶାର ସ୍ଥିତି ବେହାଲ । ହେଲେ ଆଜିଠୁ କମିବ ବର୍ଷାର ପରିମାଣ । ପୁଣି ଆସନ୍ତା ୧୮ ରୁ ବଢିବ ବର୍ଷାର ବିସ୍ତୃତି । ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢିବ ବୋଲି ଅନୁମାନ କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ ୫ ଜିଲ୍ଲା ତଥା କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ୨୧ ଟି ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତ ୧୫୫ ଗାଁର ୧୧,୨୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ସେପଟେ ପ୍ରବଳ ବର୍ଷା ଯୋଗୁଁ ବଂଶଧରା ନଦୀ ଫୁଲି ବିପଦ ସଙ୍କେତ ଟପିଛି ।