ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ଖରାରେ କଲବଲ ହେଉଛି ସାରାରାଜ୍ୟ । ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି ହେବାର ସମ୍ଭାବନା ରହିଛି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ । ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ରାଜ୍ୟରେ ତାପମାତ୍ରା ସ୍ୱଭାବିକଠୁ ୨ ଡିଗ୍ରୀ ଅଧିକ ରହୁଛି । ଆଗକୁ ଆହୁରି ବୃଦ୍ଧି ହେବା ସହ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି ।