ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅହସ୍ୟ ତାତିରେ କଲବଲ ରାଜ୍ୟବାସୀ । ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଗକୁ ଏଭଳି ପାଗ ରହିବ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାରଦ ଖସିବାର ସମ୍ଭାବନା ନାହିଁ । ଯାହାଫଳରେ ଏବେ ତାତିରୁ ମିଳିବନି ଆଶ୍ୱସ୍ତି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ସେହିପରି ଗତକାଲି ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଏହାସହିତ ବାରିପଦାରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଏହା ସବୁଠୁ ଉତ୍ତପ୍ତ ସହର ହୋଇଥିଲା ।