ଈୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିବ । କେରଳ ଛୁଇଁବାରେ ବିଳମ୍ବ ହେବ । ଜୁନ୍ ମାସ ପ୍ରଥମ ସପ୍ତାହରେ ଓଡିଶା ଛୁଇଁବାର ସମ୍ଭାବନା କମ ରହିଛି ।
ପୂର୍ବ ଆକଳନ ଅନୁଯାୟୀ ଜୁନ୍ ମାସ ପ୍ରଥମ ସପ୍ତାହରେ ମୌସୁମୀ ଓଡିଶା ଛୁଇଁବ ବୋଲି କୁହାଯାଉଥିଲା । କିନ୍ତୁ ମୌସୁମୀର ଧୀମା ଗତି ଦେଖି ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍ ମୌସୁମୀ ସମ୍ଭାବନା ନାହିଁ । ବରଂ ଖରା ତାପମାତ୍ରା ଅଧିକ ରହିବ ଡହଡହ ଖରାରେ ଜଳିବ ରାଜ୍ୟ । କଳବଲ ହେବେ ରାଜ୍ୟବାସୀ । ଖରା ତାତିରୁ ମିଳିବନି ନିସ୍ତାର । ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ତାତି ରେକର୍ଡ ଭାଙ୍ଗିପାରେ ।