ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଏହାପରେ ଆସନ୍ତା ୮ ତାରିଖ ବେଳକୁ ଏହା ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷୀଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଂଚିବ । କିନ୍ତୁ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବନି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷର ପୂର୍ବାନୁମାନ କରାଯାଇଛି ।
ଓଡିଶାରେ ବାତ୍ୟାର ପ୍ରଭାବ ନ ପଡିଲେ ବି ଦକ୍ଷୀଣ ଓଡିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଉପକୂଳ ଓଡିଶାରେ ବୃଦ୍ଧି ପାଇବ ତାପମାତ୍ରା । ଯାହାଦ୍ୱାରା ରାଜ୍ୟରେ ଶୀତ କମିବ ।