ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଖସିବ ପାରଦ । ରାତି ତାପମାତ୍ରା ପ୍ରାୟତଃ ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ । ଦକ୍ଷୀଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ ଏବେ ରାଜ୍ୟରେ ସାମାନ୍ୟ ଶୀତ କମ ରହିଛି । ଆସନ୍ତା ୨୩ ତାରିଖରୁ ପାରଦ ଖସିଲେ ପୁଣି ଥରେ ଶୀତ ପ୍ରକୋପ ବଢିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ସୋମବାର ସୁନ୍ଦରଗଡ କିରେଇରେ ସର୍ବନିମ୍ନ ତାପମାତ୍ରା ୯.୨ ରେକର୍ଡ କରାଯାଇଛି ।