ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ଯେତିକି ପରିମାଣ ବର୍ଷା ହେବା କଥା ସେତିକି ପରିମାଣ ର ବର୍ଷା ହୋଇନାହିଁ । ଶୁଖିଲା ପଡିଛି ବିଲ । ଯାହାଫଳରେ ଚିନ୍ତାରେ ଚାଷୀ । ଆଗକୁ ଯଦି ଭଲ ବର୍ଷା ନହୁଏ ତେବେ କମିଯାଇପାରେ ଧାନ ଅମଳ ।
ସେପଟେ ସେପ୍ଟମ୍ବର ପ୍ରଥମ ସପ୍ତାହରେ ବର୍ଷା ଥିବାର ସମ୍ଭାବନା ରହିଛି । ସେହିପରି ଦ୍ୱିତୀୟ ଏବଂ ତୃତୀୟ ସପ୍ତାହ ପୁଣି ପାଗ ଶୁଖିଲା ରହିବା ଅଶଙ୍କା ଅଛି । ଆଗାମୀ ଦିନରେ ଯଦି ଠିକ୍ ଭାବେ ବର୍ଷା ନହୁ ତେବେ ରାଜ୍ୟର ଅନେକ ଜିଲ୍ଲା ନିଅଣ୍ଟିଆ ବର୍ଷା ତାଲିକାରେ ଯୋଡି ହୋଇଯିବ ।