ଏଟିଆର ବ୍ୟୁରୋ:- ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୫ ଜିଲ୍ଲା ତଥା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଓ ଗଞ୍ଜାମ ଜିଲ୍ଲାକୁ ଆଜି ୟେଲୋ ୱାର୍ଣ୍ଣିଂ ଓ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିବ ।
ସେହିପପରି ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହିତ ଏହି ସମୟରେ ସମୁଦ୍ର ଅସାନ୍ତ ରହିବ ସେଥିପାଇଁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।