ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତତଲାକଡେଇରେ ଭାଜି ହେଉଛି ରାଜ୍ୟର କିଛି ସ୍ଥାନ । ଏବେ ଆହୁରି ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଲାଗି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୦ ଟି ଜିଲ୍ଲା ମଧ୍ୟରେ ଝାରସୁଗୁଡା, ସମ୍ବଲପୁର, ମାଲକାନାଗିରି,ବଲାଙ୍ଗିୀର, ଅନୁଗୁଳ, କଳାହାଣ୍ଡି, ବରଗଡ, ନୂଆପଡା, ସୁବର୍ଣ୍ଣପୁର ଏବଂ ବୌଦ୍ଧ ରହିଛି । ସେପଟେ ପ୍ରବଳ ତାତି ତଥା ଗ୍ରୀଷ୍ମ ପ୍ରଭାବକୁ ନେଇ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।
ଗତକାଲି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରଭାବ ଅନୁଭୂତ ହୋଇଥିଲା । ସେହିଅନୁଯାୟୀ ରାଜ୍ୟରେ ଥିବା ୧୪ଟି ସହରରରେ ତାପାମାତ୍ରା ୪୦ ଡିଗ୍ରୀ ଟପିଥିଲା । ଟିଟଲାଗଡରେ ୪୫.୭, ତାଳଚେରରେ ୪୪.୩, ଭବାନିପାଟଣା ୪୪ ଡିଗ୍ରୀ, ବଲାଙ୍ଗିର ୪୪ , ମାଲକାନଗିରି ୪୩.୧, ସୋନପୁର ୪୩, ଅନୁଗୁଳ ୪୨.୫, ସମ୍ବଲପୁର ୪୨.୨, ପାରଳାଖେମୁଣ୍ଡି ୪୨.୨, ହୀରାକୁଦ ୪୧.୯, ଛାରସୁଗୁଡା ୪୧.୬, ଫୁଲବାଣୀ ୪୧.୮, ବୌଦ୍ଧ ୪୧.୮ ଏବଂ ସୁନ୍ଦରଗଡ ୪୦.୦ ଡିଗ୍ରୀ ରହିଥିଲା ।