କଟକ,(ଏଟିଆର ବ୍ୟୁରୋ): ସନ୍ଧ୍ୟାରୁ ନିଖୋଜ ଥିଲେ । ସକାଳେ ମିଳିଲା ମହିଳାଙ୍କ ମୃତଦେହ । ଏଭଳି ଏକ ଘଟଣା ଘଟିଛି କଟକ ଚୌଦ୍ୱାର ଅଞ୍ଚଳରେ । ମୃତ ମହିଳା କହ୍ନେଇପୁର ପଞ୍ଚାୟତର ରାମ ମୀନା ସିଂହ । ଦନ୍ତା ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଲୋକେ ବନବିଭାଗକୁ ଟାର୍ଗେଟ କରିଛନ୍ତି । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲୁଥିବା ବେଳେ ବନବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ, ସନ୍ଧ୍ୟାରେ ରାମମୀନା ଘରୁ ବାହାରକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ସକାଳେ ତାଙ୍କ ମୃତଦେହ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।