ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁଖ, ଶାନ୍ତି ଏବଂ ସମୃଦ୍ଧି ତିନୋଟି ଏଭଳି ଜିନିଷ ଯାହା ଏକ ଆଦର୍ଶ ଜୀବନର ପରିଚୟ । ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ଥାଏ ସର୍ବଦା ଖୁସିରେ ରହିବା, ଘରେ କଳି ଝଗଡା ନହେବା ଏବଂ ଟଙ୍କା ପଇସା ଅଭାବ ନହେବା । ହୁଏତ ଏଭଳି ସୁଖ ପାଇବାକୁ ହେଲେ ମଣିଷକୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଏହି ସମସ୍ତ ସୁଖ ସେବେ ମିଳିଥାଏ ଯେବେ ଆପଣଙ୍କ ଘରର ବାସ୍ତୁ ଠିକ୍ ଥିବ ଏବଂ ଭଗବାନଙ୍କ ଆର୍ଶିବାଦ ତୁମ ଉପରେ ଥିବ । ଏହି ଦୁଇଟି ଜିନିଷ ଘରର ବରିବେଶକୁ ସକରାତ୍ମକ ରଖିବାରେ ସହାୟକ ହୋଇଥାଏ । ସେଥିପାଇଁ ଆଜି ଆମେ ଏଭଳି ୧୦ ଟା କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ଖୁସି ଏବଂ ଧନ ସମ୍ପତି ଭରପୁର ହୋଇରହିବ । ତେବେ ଆସନ୍ତୁ ଜାଣିବା..
– ଆପଣଙ୍କ ଘରେ ସକାଳ ଏବଂ ସନ୍ଧ୍ୟା ଦୁଇଟି ମସୟରେ ଭଗବାନଙ୍କ ପୂଜା ପାଠ ହେବା ଉଚିତ୍ । ଇତି ମଧ୍ୟରେ ଦେବା-ଦେବୀଙ୍କ ପାଖରେ ଘିଅ ଦୀପ ଜଳାନ୍ତୁ, ଆଳତୀ କରନ୍ତୁ । ବିଶେଷ ଧ୍ୟାନ ରଖିଥିବେ କି ଯେତେବେଳେ ଆପଣ ପୂଜା କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର କୋଣ ଆଡକୁ ହେବା ଉଚିତ୍ ।
– ଆପଣଙ୍କ ପ୍ରତ୍ୟେକ ରୁମ୍ ରେ ଦିନକୁ ଅତି କମ୍ ରେ ଗୋଟେ ଥର ଲାଇଟ୍ ଜଳିବା ଉଚିତ୍ । ଅନେକ ସମୟରେ ବଲ୍ୱ ଖରାପ ହୋଇଥିଲେ ଅବା କିଛି ରୁମ୍ ରେ ଚଳପ୍ରଚଳ ନହେଉଥିବା ହେତୁ ରୁମ୍ ରେ ଆଲୋକ ପହଁଚିପାରେ ନାହିଁ । କିନ୍ତୁ ଆପଣ ଏଭଳି କରନ୍ତୁ ନାହିଁ ।
– ପ୍ରତିଦିନ ଆପଣଙ୍କ ଅଗଣାରେ କିମ୍ବା ଘର ଆଗରେ ଗାଇ ଗୋବରରେ ହୋଇଥିବା ଘସିରେ ଟିକେ ଘିଅ ଏବଂ ଚାଉଳ ପକାଇ ଜାଳି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଘରର ଅଗଣାରେ ତୁଳସୀ ଗଛ ଲଗାନ୍ତୁ । ଏହାସହିତ ଦୀପ ଏବଂ ଧୂପ ଦେଇ ନିୟମିତ ପୂଜାର୍ଚ୍ଚନା କରନ୍ତୁ । ଏହାଦ୍ୱାରା ଘରେ ଧନ ସ୍ଥିର ହୋଇ ରହିଥାଏ ।
– ଭୋଜନ ଗ୍ରହଣ କରିବା ପୂର୍ବରୁ ଗୋଟେ ପ୍ଲେଟ୍ ରେ ଭୋଗ ଲଗାଇ ବାସ୍ତୁଦେବଙ୍କୁ ଚଢାନ୍ତୁ । ଏହାପରେ ସେହି ଭୋଗକୁ ଠାକୁର ଘରେ ରଖି ଘଣ୍ଟି ବଜାନ୍ତୁ । ଏହାଦ୍ୱାରା ବାସ୍ତୁଦେବ ଖୁସି ହୋଇଥାନ୍ତି । ଏହି ଖାଦ୍ୟକୁ ଆପଣଙ୍କ ଗାଇକୁ ଖୁଆଇ ପାରିବେ । ଏହାଦ୍ୱାରା ଅନ୍ନାଭାବ ହୋଇନଥାଏ ।
– ଘରର ଝାଡୁ ଯାହାକୁ ଲକ୍ଷ୍ମୀ ବୋଲି କୁହାଯାଏ ତାକୁ ସର୍ବଦା ଏଭଳି ସ୍ଥାନରେ ରଖନ୍ତୁ ଯେପରି ଯାହାର ନଜର ପଡିବ ନାହିଁ ଏବଂ ଗୋଡ ମଧ୍ୟ ବାଜିବ ନାହିଁ ।
– ଭୁଲରେ ବି ଘରେ ଖରାପ ହୋଇଯାଇଥିବା ଇଲେକ୍ଟ୍ରି ଜିନିଷ ରଖନ୍ତୁ ନାହିଁ ।
– ଏହାସହିତ ଭଙ୍ଗା ଆଇନା ବି ରଖନ୍ତୁ ନାହିଁ, କାରଣ ଏନେଇ ଘରେ ସର୍ବଦା କଳି ଝଗଡା ଲାଗି ରହିବ ।
– ଗଣେଶ ଭଗବାନଙ୍କ ୩ଟି ମୂର୍ତ୍ତି ଏକାସଙ୍ଗରେ ପୂଜା ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ ।
– ଘରର ଉତ୍ତର ପୂର୍ବ କୋଣ ମାନେ ଐଶାନ୍ୟ କୋଣରେ ପାଳିତ ପଶୁ-ପକ୍ଷୀଙ୍କୁ ବାନ୍ଧନ୍ତୁ ନାହିଁ । ଏହାଦ୍ୱାରା ଘରେ ସମସ୍ୟା ଲାଗି ରହିଥାଏ ।