ଆଠଗଡ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକମାସ । ଆସନ୍ତାକାଲି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏହି ଅବସରରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଗହଳି ନହେବା ପାଇଁ କଟକଣା ଜାରି କରାଯାଇଛି । ଧବଳେଶ୍ୱର ପୀଠରେ ସୋମବାର ଲାଗିବ ୧୪୪ ଧାରା । ଭୋର ୪ଟାରୁ ରାତ୍ରୀ ୧୦ ଟା ଯାଏଁ ଜାରି ରହିବ କଟକଣା ।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସତ୍ୱେ ବି ପର୍ବ ପର୍ବାଣୀରେ ରେ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଉଛି । ସେହିପରି କାର୍ତ୍ତିକ ଦ୍ୱିତୀୟ ସୋମବାର କଟକକଣା ଜାରି କରାଯାଇଛି ।