ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସର ଆଜି ପ୍ରଥମ ସୋମବାର । ଶୈପପୀଠରେ ଲାଗିଛି ଭକ୍ତଙ୍କ ଭିଡ । କାଉଡିଆମାନେ ଶିବଲିଙ୍ଗରେ ଜଳାଭିଶେକ କରିବା ଲାଗି ଶୈବପୀଠମାନଙ୍କରେ ଭିଡ ଜମାଇଛନ୍ତି ।
ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ବୋଲ ବମ୍ , ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଶୈବପୀଠ । କାଉଡିଆମାନେ ଶାନ୍ତି ଶୃଙ୍ଖାଳର ସହ ଶିବଲିଙ୍ଗରେ ଆଜି ସକାଳୁ ଜଳାଭିଶେକ କରୁଛନ୍ତି ।