ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ‘ଗାଈ’ଙ୍କୁ ଗୋ’ମାତା ବୋଲି କୁହାଯାଇଥାଏ । କାରଣ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସିଛି ଯେ ଗାଈଙ୍କ ଶରୀରରେ ୩୩ କୋଟି ଦେବା-ଦେବୀ ବାସ କରିଥାନ୍ତି । ଯେଉଁ ଘରେ ଗାଈକୁ ରଖାଯାଇଥାଏ , ସେହି ଘରେ ସୁଖ ଶାନ୍ତି ଭରପୁର ହୋଇ ରହିଥାଏ । ଆଜି ଆମେ ଆପଣଙ୍କୁ ଗାଈଙ୍କର ଏହି ମହତ୍ୱ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଗାଈଙ୍କ ଶରୀରର କେଉଁ ଅଙ୍ଗରେ ଦେବା-ଦେବୀ ବାସ କରିଥାନ୍ତି ।
ଗାଈଙ୍କ ସିଙ୍ଗରେ ଭଗବାନ ଶିବ ବାସ କରିଥାନ୍ତି । ସେହିଭଳି ତଳି ପେଟରେ କାର୍ତ୍ତିକେୟ, ମସ୍ତକରେ ବ୍ରହ୍ମା, ଲଲାଟରେ ରୁଦ୍ର, ସିଙ୍ଗର ଉପରି ଭାଗରେ ଇନ୍ଦ୍ର, କାନରେ ଅଶ୍ୱିନୀକୁମାର, ନେତ୍ରରେ ସୂର୍ଯ୍ୟ ଏବଂ ଚନ୍ଦ୍ର, ଦାନ୍ତରେ ଗରୁଡ, ଜିଭରେ ଶରସ୍ୱତୀ, ମୁତ୍ର ସ୍ଥାନରେ ଗଙ୍ଗା,ଦକ୍ଷିଣ ପାଶ୍ୱର୍ରେ ବରୁଣ ଏବଂ କୁବେର, ବାମ ପାଶ୍ୱର୍ରେ ମହାବଳୀ ଯକ୍ଷ, ଲୋମରେ ଋଷୀ ଗଣ, ପୃଷ୍ଠଭାଗରେ ଯମରାଜ,ଖୁରାରେ ଅପ୍ସରା, ନାସିକାର ଅଗ୍ରଭାଗରେ ସର୍ପ, ଗୋବରରେ ମା’ ଲକ୍ଷୀ,ସ୍ଥନରେ ସମୁଦ୍ର ବିରାଜମାନ କରିଥାନ୍ତି ।
ଏହାବ୍ୟତୀତ ଗାଈଙ୍କ ଗୋଡରେ ଲାଗିଥିବା ମାଟି ମଥାରେ ଲଗାଇବା ଦ୍ୱାରା ତୀର୍ଥ ସ୍ଥାନର ପୂର୍ଣ୍ଣ୍ୟ ମିଳିଥାଏ । ବ୍ରହ୍ମାଣ୍ଡପୁରାଣ, ମହାଭାରତ, ଭବିଷ୍ୟ ପୁରାଣ ଏବଂ ସ୍କନ୍ଦ ପୁରାଣରେ ଗାଈଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତି ଗାଈଙ୍କ ସେବା କରିଥାନ୍ତି ତାଙ୍କଠାରେ ଦେବା-ଦେବୀ ପ୍ରଶନ୍ନ ହୋଇଥାନ୍ତି ।