ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ରୀରେ ମା ଦୁର୍ଗାଙ୍କ ଚତୁର୍ଥ ସ୍ୱରୂପ ହେଉଛନ୍ତି ଅଷ୍ଟଭୂଜା ମା କୁଷ୍ମାଣ୍ଡା । ନବରାତ୍ରୀର ଚତୁର୍ଥ ଦିନରେ ପୂଜା ପାଉଛନ୍ତି ମା କୁଷ୍ମଣ୍ଡା । କୁହାଯାଏ କି ମା ଦୁର୍ଗାଙ୍କର ଏହି ସ୍ୱରୂପରୁ ବ୍ରହ୍ମାଣ୍ଡ ରଚନା ହୋଇଥିଲା । ତାଙ୍କ ରୋଗ ବିନାଶକ ଦେବୀ ବୋଲି ମଧ୍ୟ କୁହାଯାଏ । ମା କୁଷ୍ମାଣ୍ଡାଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ଗଭୀର ରୋଗ ଭଲ ହୋଇଯାଏ । ଏହାସହିତ ମାଙ୍କର ଆରୋଗ୍ୟ ବରଦାନ ପ୍ରାପ୍ତ ହୋଇଥାଏ ।
ପୌରାଣିକ କଥାନୁସାରେ ଯେତେବେଳେ ସଂସାରର କୌଣସି ଅସ୍ତିତ୍ୱ ନଥିଲା । ପ୍ରତ୍ୟେକ ସ୍ଥାନରେ କେବଳ ଘନ ଅନ୍ଧକାର ଛାଇ ହୋଇଥିଲା ସେହି ସମୟରେ ମା ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପ ଜନ୍ମ ନେଇ ବ୍ରହ୍ମାଣ୍ଡର ରଚନା କରିଥିଲେ । ସୃଷ୍ଟି ର ଆଦି ସ୍ୱରୂପ ହେଉଛନ୍ତି ମା କୁଷ୍ମାଣ୍ଡା । ମାଙ୍କର ଏହି ସ୍ୱରୂପ ସୌରମଣ୍ଡଳରେ ବିରାଜମାନ ।