ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ୫ମ ଦିନ । ଏହି ଅବସରରେ ମା ଦୁର୍ଗାଙ୍କର ୫ମ ସ୍ୱରୂପ ସ୍କନ୍ଦମାତା ପୂଜା ପାଉଛନ୍ତି । ମା ସ୍କନ୍ଦମାତାଙ୍କର ମହିମା ଅପାର । ବିଶ୍ୱାସ ରହିଛି କି ମା ସ୍କନ୍ଦମାତାଙ୍କୁ ଉପାସନା କରିବା ଦ୍ୱାରା ମହିଳାଙ୍କ ଶୂନ୍ୟ କୋଳ ପୂର୍ଣ୍ଣ ହୋଇଥାଏ ।
ବିଧି ବିଧାନ ସହ ମାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ମାଙ୍କୁ କଦଳୀ ନୈବେଦ୍ୟ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ ଲାଭ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ । ମାଙ୍କର ପ୍ରିୟ ରଙ୍ଗ ହେଉଛି ସବୁଜ । ଏହାସହିତ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଚଢାଇବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ।