ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଓ କଡା ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ସୁରକ୍ଷା ବ୍ୟବସ୍ଥା ନେଇ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଏସପି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ରହିବା ସହ ୨୦ ଜଣ ଅତିରିକ୍ତ ଏସପି ରାଙ୍କର ଦକ୍ଷ ଅଧିକାରୀ ଏବଂ ୯୦ ଜଣ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ ।
ଶୃଙ୍ଖଳିତ ଦର୍ଶନ ପାଇଁ ମର୍ଚ୍ଚିକୋଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା କରାଯିବ ।