ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହରିଦ୍ୱାର ପରେ ଏବେ ବୈଷ୍ଣୋ ଧାମ ଯାତ୍ରାରେ କରୋନା କୋପ । ନବରାତ୍ରୀ ଅବସରରେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ଲାଗି ଜମ୍ମୁ-କାଶ୍ମିରୀର କଟରାରେ ୧୪ ହଜାର ଯାତ୍ରୀ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଯାତ୍ରୀ କରୋନା ସଂକ୍ରମତ୍ ହୋଇଥିବା ଜାଣିବାକଚ ମିଳିଛି । ଏହାସହିତ ବିନା ନେଗେଟିଭ ରିପୋର୍ଟ କୌଣସି ଭକ୍ତଙ୍କୁ ଯାତ୍ରାରେ ସାମିଲ କରାଯାଉ ନାହିଁ ।
ଜଣେ ଅଧିକାରୀ କହିଛନ୍ତି କି, କରୋନା ମାମଲା ବୃଦ୍ଧି ମଧ୍ୟରେ ୧୪,୨୮୧ ଯାତ୍ରୀ ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ସାମିଲ ହେବାକୁ କଟରା ପହଁଚିଛନ୍ତି । ନବରାତ୍ରୀର ପୂର୍ବଦିନ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାରି ମଧ୍ୟରେ ଜିଲ୍ଲଶ ପ୍ରଶାସନ ଏବଂ ବୈଷ୍ଣୋ ଦେବୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ କୋଭିଡ ଗାଇଡଲାଇନକୁ କଡାକଡି କରାଯାଇଛି ।