ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବାପ ଘରେ ମା ବୁଢୀ ଠାକୁରାଣୀ । ଜମୁଛି ମା ବୁଢୀଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ଆଜି ନବମ ଦିନ । ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ମା । ମାଙ୍କର ଏହି ପ୍ରସିଦ୍ଧ ଯାତ୍ରା ଦେଖିବାକୁ ପୀଠରେ ଲାଗୁଛି ଭକ୍ତଙ୍କ ସମାଗମ । ଘଟ ପରିକ୍ରମା ସାଙ୍ଗକୁ ମାଙ୍କର ବିଭିନ୍ନ ବେଶ ଯାତ୍ରାର ମାହୋଲକୁ ଅଧିକ ଆକର୍ଷଣୀୟ କରୁଛି ।
ଅଷ୍ଟମ ଦିନରେ ମା ବୁଢୀଠାକୁରାଣୀ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଅସ୍ଥାୟୀ ମନ୍ଦିରକୁ ଫେରିଛନ୍ତି । ଆଜି ମଧ୍ୟ ମା ଅସ୍ଥାୟୀ ମନ୍ଦିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହି ଆସିଛି । ବିଶ୍ୱାସ ରହିଛି କି,ଅସ୍ଥାୟୀ ମନ୍ଦିରରେ ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।