ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନବରାତ୍ରିରେ ଅନେକ ସ୍ଥାନରେ ମା’ଙ୍କ ନବ ରୁପକୁ ବିଭିନ୍ନ ପ୍ରକାରରେ ପୂଜା କରାଯାଇଥାଏ । ଯେଉଁଭଳି ଭାବେ ନର୍ଥ ଇଣ୍ଡିଆରେ ହୋମ କରାନଯାଇ , ଗୋଟେ ଜ୍ୱାଳା ବା ଅଖଣ୍ଡ ଦ୍ୱିପକୁ ପୂଜନ କରାଯାଏ । ଆହୁରି ମଧ୍ୟ କୁହାଯାଇଛି ପ୍ରଥମ ଦିନଠାରୁ ଗୋଟେ ମାଟି ପାତ୍ରରେ ବାଲି ରଖାଯାଇଥାଏ , ଯେଉଁଥିରେ କି ଧାନ ରୁଆ ହୋଇଥାଏ ମା’ଶୈଳପୁତ୍ରୀଙ୍କୁ ଆରାଧନା କରାଯାଇ । ଯାହାକୁକି ଅଖଣ୍ଡ ଦ୍ୱିପ ପାଖରେ ରଖାଯାଇଥାଏ । ଅଖଣ୍ଡ ଦିପକୁ ଭକ୍ତମାନେ ସଂକଳ୍ପ ନେଇ ବସାଇ ଥାଆନ୍ତି । ମା’ଦୁର୍ଗାଙ୍କୁ ଜୋତାବାଲି ମଧ୍ୟ କୁହାଜାଏ , କାରଣ ସେ ଜ୍ୟେତି ବା ଅଗ୍ନିରୁ ଜନ୍ମ ନେଇଥିଲେ । ଆଶ୍ୱୀନ ଶୁକ୍ଳ ପକ୍ଷ ପ୍ରତିପଦାରୁ ଶାରଦୀୟ ନବରତ୍ରୀ ଆରମ୍ଭ ହୋଇଥାଏ । ନବରାତ୍ରୀର ନଅଟି ରାତିକୁ ଜାଗରର ରାତି ମଧ୍ୟ କୁହାଯାଏ , କାହିଁକିନା ମା’ଙ୍କ ଭକ୍ତ ରାତି ସାରା ନଶୋଇ ଉଜାଗ ରହି ମା’ଙ୍କୁ ଆରାଧନା କରିଥାଆନ୍ତି । ନବରାତ୍ରରୀ ପ୍ରଥମ ଦିନରେ କଳଶ ସ୍ଥାପନା କରାଯିବା ସହ ଶେଷ ଦିନରେ କନ୍ୟା ପୂଜନ କରି ବ୍ରତ ଭଙ୍ଗା ଯାଇଥାଏ । ସେହିପରି ନଅ ଦିନ ପାଇଁ ମା’ଙ୍କ ନାମରେ ଏକ ଅଖଣ୍ଡ ଦ୍ୱିପ ପ୍ରଜ୍ୱଳିତ କରାଯାଇଥାଏ । ଆଜି ହେଉଛି ନବ ରାତ୍ରୀର ଶେଷ ରାତି । ତେଣୁ ସବୁସ୍ଥାନରେ ଆଜି ଅତି ଧୁମଧାମରେ ନବରାତ୍ରି ପାଳନ କରାଯିବ । ନବରାତ୍ରିର ଏହି ନବମ ଦିନରେ ମା’ ଶିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଜିଏକି ସବୁ କାମ ଶିଦ୍ଧ କରିଥାଆନ୍ତି । ଜେବେ ଚାଲନ୍ତୁ ଜାଣିବା ମା’ଶିଦ୍ଧି ଦାତ୍ରିଙ୍କ ବିଷୟରେ । ମା’ସିଦ୍ଧିଦାତ୍ରୀଙ୍କ ଆରାଧନା ସହିତ ନବରାତ୍ରୀର ସେଷ ହୋଇଥାଏ ।ଆଜି ହେଉଛି ନବରାତ୍ରୀର ନବମୀ ତେଣୁ ଆଜିର ଦିନରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଏ ।ନବଦାତ୍ରିରେ ମା’ ଦୁର୍ଗାଙ୍କ ଶ୍ୱରୁପ ସିଦ୍ଧିଦାତ୍ରିଙ୍କୁ ଆରାଧନା କରାଯାଏ । ମା’ ହେଉଛନ୍ତି ଅଷ୍ଟ ସିଦ୍ଧିର ଦାତ୍ରି । ନିଜ ଭକ୍ତଙ୍କର ସବୁ କାମନାକୁ ପୁରା କରି ଥାଆନ୍ତି ସିଦ୍ଧି ଦାତ୍ରି । ପୁରାଣ ଅନୁସାରେ ସ୍ୱୟଂ ପ୍ରଭୁ ଶିବ ନିଜର ସିଦ୍ଧିର ପ୍ରାପ୍ତି ପାଇଁ ମା’ ସିଦ୍ଧି ଦାତ୍ରିଙ୍କର ତପସ୍ୟା କରିଥିଲେ । ଏହି ସିଧିର ସମୟରେ ଭଗବାନ ଶିବଙ୍କର ଅଧା ଶରୀର ଦେବିଙ୍କର ହୋଇଥିଲା ଏବଂ ସେବେଠାରୁ ସେ ଅର୍ଧନାରେଶ୍ୱର ଭାବେ ପ୍ରସିଦ୍ଧ ହେଲେ । ମା’ ସିଦ୍ଧି ଦାତ୍ରି ପଦ୍ମ ଉପରେ ବସିଥାଆନ୍ତି । ମା’ସିଦ୍ଧି ଦାତ୍ରିଙ୍କର ଚାରୋଟି ବାହୁ ଅଛି , ଏହି ଚାରି ହାତରେ ମା’ ଗଦା , ପଦ୍ମ, ଚକ୍ର ଓ ସଂଖ ଧାରଣ କରି ଥାଆନ୍ତି । ମା’ସିଦ୍ଧି ଦାତ୍ରି ଔଲକିକ ଶକ୍ତିର ଆଧାର ଓ ସେ ନିଜର ଭକ୍ତକୁ ଔଲୌକିକ ଶକ୍ତି ପ୍ରଦାନ ମଧ୍ୟ କରି ଥାଆନ୍ତି । ମା’ସିଦ୍ଧିତାତ୍ରି କେତୁ ଗ୍ରହକୁ ନିୟନ୍ତ୍ରଣ କରି ଥାନ୍ତି । ନିଜର ସିଦ୍ଧିକୁ ପାଇବା ପାଇଁ ବା ମନସ୍କାମନା ପୁରା କରିବା ପାଇଁ ମା’ ସିଦ୍ଧିଦାତ୍ରିଙ୍କୁ ଦାନବ ଠାରୁ ଆରମ୍ଭ କରି ଦେବଗଣ ମଧ୍ୟ ଆରାଧନା କରି ଥାଆନ୍ତି । ମା’ଙ୍କୁ ପୁଜାକଲେ ସବୁବେଳେ ବିଜୟ ପ୍ରାପ୍ତ ହୋଇଥାଏ । ମା’ ନିଜର ଭକ୍ତକୁ କେବେବି ନିରାଶ କରି ନଥାଆନ୍ତି । ମା’ ହେଉଛନ୍ତି ବିଶ୍ୱର ସବୁ ସିଦ୍ଧିର ଦାତ୍ରି । ତେଣୁ ତାଙ୍କୁ ସିଦ୍ଧିଦାତ୍ରି କୁହାଯାଏ । କାରଣ ମା’ସିଦ୍ଧିଦାତ୍ରି ସବୁ କାର୍ଯ୍ୟ ସିଦ୍ଧ କରିଥାଆନ୍ତି , ଯେକୌଣସି କାମ ହେଉ , ମା’ଙ୍କୁ ସ୍ମରଣ କରିକି କଲେ , ତାହା ଫଳପ୍ରଦ ହୋଇଥାଏ । ମା’ସିଦ୍ଧିଦାତ୍ରିଙ୍କୁ ମା ଲକ୍ଷ୍ମୀ ମଧ୍ୟ କୁହାଯାଏ । ଧନ , ବୈଭବ , ଐଶୌର୍ଯ୍ୟ , ଶକ୍ତି ସବୁର ଦାତ୍ରି ହେଉଛନ୍ତି ମା’ ସିଦ୍ଧି ଦାତ୍ରୀା ମାଙ୍କୁ ରାଶି ଲଡୁ ଭୋଗ ଲଗାଯାଇ ପୂଜା କରାଯାଏ । ଏହା କରିବା ଦ୍ୱାରା ଅକାଳ ମୃତ୍ୟୁର ଭୟରୁ ମା’ରକ୍ଷା କରି ଥାଆନ୍ତି । ମା’ ସିଦ୍ଧି ଦାତ୍ରୀଙ୍କୁ ଚମ୍ପା ଫୁଲ ପସନ୍ଦ ଥିବାରୁ , ଏହି ଫୁଲକୁ ମାଙ୍କୁ ଅର୍ପଣ କରାଯାଏ । ଏହା ଛଡା ମା’ ସିଦ୍ଧି ଦାତ୍ରୀଙ୍କୁ ପ୍ରତିଦିନ ଅପରାଜିତା, ରକ୍ତ ମନ୍ଦାର ଫୁଲ ମଧ୍ୟ ଚଢାଯାଏ । ମା’ଙ୍କର ନବରାତ୍ରି ହେଉଛି ଶେଷ ଦିନ , ତେଣୁ ଏହି ଦିନ ମା’ଙ୍କର ସବୁଠାରୁ ପ୍ରିୟ ଭୋଗ ମୋହନ ଭୋଗ , ସୁଜି ହାଲୁଆ , ଜାହା ଦେଶି ଘିଅରେ ତିଆରି ହୋଇଥାଏ । ଅଟାରେ ଛଣା ହୋଇଥିବା ପୁରୀ , ମା’ଙ୍କୁ ଭୋଗ ଦିଆଜାଏ । ନବମୀ ଦିନ ମା’ ସିଦ୍ଧଦାତ୍ରୀଙ୍କୁ ବନ୍ଦନା କରାଯାଇଥାଏ । ତାଙ୍କୁ ଜଗତ ସଂଚାଳିତ କରୁଥିବା ଦେବୀ ବୋଲି କୁହାଯାଇଥାଏ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024