ପୁରୀ (ଏଟିଆର ବ୍ୟୁରୋ): ଏଣିକି ମହାପ୍ରଭୁଙ୍କ ଦର୍ଶନ ହେବ ଆନନ୍ଦଦାୟକ । ଆଉ ଭକ୍ତଙ୍କୁ ବଡଦାଣ୍ଡରେ ଖରା, ବର୍ଷା, ଶୀତ ଖାଇ ଛିଡା ହେବାକୁ ପଡିବ ନାହିଁ । ଦର୍ଶନ ପାଇଁ ସୁରୁଖୁରୁରେ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଭକ୍ତଙ୍କ ସୁରୁଖୁରୁ ଯାତାୟତ ନେଇ ମର୍ଚିକୋଟ ଛକଠୁ ପାପୁଡିଆ ମଠ ଯାଏଁ ଶୀତତାପ ସେଡେଡ ଚଲାପଥ କରାଯାଉଛି ।
ପ୍ରାଥମିକ ସ୍ଥଳରେ ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡା ଏହି ସେଡେଡ ଚଲାପଥରେ ୧୦ ଟି ଧାଡି ରହିବ । ପ୍ରତ୍ୟେକ ଧାଡିରେ ଭକ୍ତଙ୍କ ପାଇଁ ବସିବା, ପାଣି ପିଇବା ଭଳି ବ୍ୟବସ୍ଥା ରହିବ ।
ସେହିପରି ଭିନ୍ନକ୍ଷମଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ହ୍ୱିଲଚେୟାର ବ୍ୟବସ୍ଥା କରାଯିବ । ଏଥିପାଇଁ ତାଲିମପ୍ରାପ୍ତ ସ୍ୱେଛାସେବୀଙ୍କ ମଧ୍ୟ ନିୟୋଜିତ କରାଯିବ ।