ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଘରର ଅଲଗା ଅଲଗା ସ୍ଥାନ ଅଲଗା ଅଲଗା ଗ୍ରହକୁ ନିୟନ୍ତ୍ରଣ କରିଥାଏ । ଏହାବ୍ୟତିତ ସେଠାରେ ଗ୍ରହର ସଠିକ୍ ରଙ୍ଗ ବ୍ୟବହାର କରିବା ଦ୍ୱାରା ଗ୍ରହ ମଜବୁତ ହୋଇଥାଏ । ସଠିକ୍ ସ୍ଥାନରେ ସଠିକ୍ ରଙ୍ଗ ବ୍ୟବହାର କରି ଦ୍ୱାରା ଗ୍ରହର ସନ୍ତୁଳନ ଏବଂ ସୁଖ ଶାନ୍ତି ବଳବତ୍ତର ରହିବ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ ଭୁଲ ରଙ୍ଗ ବ୍ୟବହାର କରିବା ଦ୍ୱାରା ଗ୍ରହର ଓଲଟା ପ୍ରଭାବ ପଡିଥାଏ । ଏହାସହିତ ବିନା କାରଣରେ ଆପଣ ସମସ୍ୟାରେ ପଡିପାରନ୍ତି । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ କେଉଁ ରଙ୍ଗ ବ୍ୟବହାର କରିବା ଉଚିତ୍ ।
ଘରର ମୁଖ୍ୟ ଦ୍ୱାର: ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟଙ୍କ ସହ ସମ୍ବନ୍ଧ ରହିଛି । ଏହି ସ୍ଥାନର ରଙ୍ଗ ହଳଦିଆ ହେବା ଉଚିତ୍ । ଯଦି ଆପଣ ସ୍ଥାନରେ କଳାରଙ୍ଗ ବ୍ୟବହାର କରିବେ ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ।
ଘରର ଲିଭିଙ୍ଗ୍ ଏରିୟା: ଏହି ସ୍ଥାନରେ ଚନ୍ଦ୍ରମାଙ୍କର ସମ୍ବନ୍ଧ ରହିଛି । ଲିଭିଙ୍ଗ ଏରିୟାର ରଙ୍ଗ ଚମକଦାର ହେବା ଉଚିତ୍ । ସେଥିପାଇଁ ଏହି ସ୍ଥାନରେ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ । ସେହିପରି ଫିକା ହଳଦିଆ, ଗୋଲାପି ଏବଂ ବାଇଗଣି ରଙ୍ଗ ବି ଏହି ସ୍ଥାନ ପାଇଁ ଉପଯୁକ୍ତ । କିନ୍ତୁ ଲାଲ ଏବଂ ସବୁଜ ରଙ୍ଗ ଏହି ସ୍ଥାନରେ ବ୍ୟବହାର କରନ୍ତୁ ନାହିଁ ।
ରୋଷେଇ ଘର: ଏହି ସ୍ଥାନରେ ମଙ୍ଗଳ ଏବଂ କିଛି ଅର୍ଥରେ ସୂର୍ଯ୍ୟଙ୍କ ସହ ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ହଳଦିଆ ଏବଂ ନାରଙ୍ଗୀ ରଙ୍ଗ ଶୁଭ । ଏହି ସ୍ଥାନରେ ବିଲକୁଲ୍ ଗାଢା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
ଶୟନକକ୍ଷ: ଏହି ସ୍ଥାନରେ ଶୁକ୍ର ଏବଂ ଶନିଙ୍କ ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ଥଣ୍ଡା ରଙ୍ଗ ପ୍ରୟୋଗ କରିବା ଲାଭକାରୀ ହେବ । ଯେପରିକି ଗୋଲାପି, ହାଲୁକା ସବୁଜ ଏବଂ କ୍ରିମ ରଙ୍ଗ ଶୁଭ ହୋଇଥାଏ । ଏଠାରେ ଲାଲ ଏବଂ ନୀଳ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
ବାଥରୁମ୍: ଏହି ସ୍ଥାନରେ ରାହୁ ଏବଂ କେତୁର ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ଧଳା ଏବଂ ନୀଳ ରଙ୍ଗ ବ୍ୟବହାର କରିବା ଶୁଭ ହୋଇଥାଏ ।