ପୁରୀ (ଏଟିଆର ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଆଜିଠୁ ଆଡପ ବେଦୀ ବା ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ । ସେହିପରି ଆଜିଠୁ ପହାପ୍ରଭୁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବା ସହ ଆଜିଠୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା । ଏନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୁଣ୍ଡିଚା ମନ୍ଦିରର ଉତ୍ତର ଓ ଦକ୍ଷୀଣ ଦ୍ୱାରରେ ୨ ଟି କାଉଣ୍ଟର କରାଯାଇଛି । ସେହି କାଉଣ୍ଟରରୁ ଅବଢା ନେଇ ପାରିବେ ଭକ୍ତ ।
ବର୍ଷକୁ ଥରେ ଏହି ଆଡପ ଅବଢା ପାଇବା ପାଇଁ ଭକ୍ତ ଅପେକ୍ଷା କରି ରହିଥାନ୍ତି । ସେଥିପାଇଁ ଭକ୍ତ କିଭଳି ଆଡପ ଅବଢା ପାଇବେ ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସୁବିଧାରେ ମହାପ୍ରସାଦ ଦେବା ପାଇଁ ଟୋକନ ବ୍ୟବସ୍ଥା ମଧ୍ୟ କରାଯାଇଛି ।