ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ଦିନ ଏହି ଅକ୍ଷୟ ତୃତୀୟା ପର୍ବ ପାଳନ ହୋଇଥାଏ । ହିନ୍ଦୁ ଧର୍ମରେ ଅକ୍ଷୟତୃତୀୟାର ଖୁବ୍ ମହତ୍ୱ ରହିଛି । ଏହି ଦିନ ଶୁଭ କାର୍ଯ୍ୟମାନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ପୁରାତନ ପରମ୍ପରା ଅନୁଯାୟୀ ଦୀପାବଳୀ ବ୍ୟତିତ ଅକ୍ଷୟ ତୃତୀୟ ଦିନ ବି ମା’ ଲକ୍ଷ୍ମୀଙ୍କ ପୂଜା କରି ଅର୍ଶିବାଦ ପ୍ରାପ୍ତି କରିପାରିବେ । ଏହିଦିନ ଲୋକେ ବିଧି ବିଧାନ ସହ ମା’ଙ୍କୁ ଆରଧନା କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମା’ ଲକ୍ଷ୍ମୀ, ବିଷ୍ଣୁଙ୍କ ବ୍ୟତିତ ଏହି ଦିନ ବଜରଙ୍ଗବାଲିଙ୍କ ପୂଜାରେ ବି ମହତ୍ୱ ରହିଛି ।
ପ୍ରକୃତରେ ଏହି ଦିନ ତ୍ରେତୟାଯୁଗର ଆରମ୍ଭ ହୋଇଥିଲା । ପୁରା ଯୁଗକୁ ଭଗବାନ ଶ୍ରୀରାମଙ୍କୁ ସମର୍ପଣ କରିଥିଲେ ଭଗବାନ ହନୁମାନ । ସେଥିପାଇଁ ଏହି ପବିତ୍ର ଦିନରେ ବଜରଙ୍ଗବାଲିଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଶାସ୍ତ୍ର ଅନୁସାରେ, ଅକ୍ଷୟତୃତୀୟା ଦିନ ରାମ-ସୀତା ଏବଂ ହନୁମାନଙ୍କ ନାମରେ ଯେଉଁ ବ୍ୟକ୍ତି ବରଗଛକୁ ପୂଜା କରିବେ, ତାଙ୍କର ସମସ୍ତ ମନସ୍କାମନା ହନୁମାନ ପୁରଣ କରିବା ସହ ସମସ୍ତ ସଙ୍କଟ ଦୂର କରିଥାନ୍ତି ।
ତେବେ ଆସନ୍ତୁ ଜାଣିବା ଏହି ଖାସ୍ ଉପାୟ ବିଷୟରେ …
ସୂର୍ଯ୍ୟାସ୍ତ ସମୟରେ ବରଗଛକୁ ପୂଜା ଏବଂ ଗଛ ମୂଳେ ନୂତନ ମାଟି ଦୀପ ବା ଅଟାରେ ତିଆରି ଦୀପ ଜଳାଇ ଶ୍ରୀହନୁମାନ ଚାଳୀଶା ପାଠ କରନ୍ତୁ । ଅକ୍ଷୟତୃତୀୟା ଦିନ ଏହି ଖାସ୍ ଉପାୟ କରିବା ଦ୍ୱାରା ହନୁମାନଙ୍କ କୃପା ଲାଭ ହୋଇଥାଏ ।