ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଦୀର୍ଘ ୯ ମାସ ପରେ ଆଜିଠୁ ଖୋଲିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିର । ଭଗବାନଙ୍କ ଦର୍ଶନ ନପାଇ ବ୍ୟାକୁଳ ହୋଇପଡିଥିଲେ ଭକ୍ତ । ମାତ୍ର ଆଜି ମନ୍ଦିର ଖୋଲିଥିବାରୁ ଭକ୍ତମାନେ ଭାବବିହ୍ୱଳ ହୋଇପଡୁଥିବା ଦେଖିବାକୁ ମିଳିଛି । ଆଜି ଭୋର ୪ଟାରୁ ସିଂହଦ୍ୱାର ଖୋଲିଥିଲା । ଦ୍ୱାର ଫିଟା ନୀତି ସମ୍ପନ୍ନ ହେବା ପରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଛି । ସମସ୍ତ କୋଭିଡ ନିୟମକୁ ପାଳନ କରି ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ।
ଅନ୍ୟପଟେ ଆଜି ଶ୍ରୀମନ୍ଦିର ମଧ୍ୟ ଖୋଲା ହୋଇଛି । ଆଜି କେବଳ ସେବାୟତ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ । ଏହାପରେ ୨୬ ରୁ ୩୧ ପର୍ୟ୍ୟନ୍ତ ପୁରୀ ସହରବାସୀଙ୍କ ପାଇଁ ଓ ଜାନୁଆରୀ ୩ ରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ହେବ ।