ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ମାର୍ଗଦର୍ଶିକା ପାଳନ ସହ ଆଜିଠୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କରୋନା ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଇବା ପରେ ରାଜଧାନୀରେ ଧାର୍ମିକ ଅନୁଷ୍ଠାନ ଗୁଡିକ ତଥା ମନ୍ଦିର , ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଖୋଲିବା ନିମନ୍ତେ ନିଷ୍ପତି ନିଆଯାଇଛି ।
ଧାର୍ମିକ ଅନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ । ପରିଚୟ ପତ୍ର ଦେଖାଇ କିମ୍ବା ଦୁଇଟି ଡୋଜ ଟୀକା ନେଇଥିବା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ରହିଛି । ୧୫ ବର୍ଷରୁ କମ ପିଲାଙ୍କୁ ଅଭିଭାବକଙ୍କ ସହ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି ।