ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୈଭବ ଏବଂ ଯଶ ର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ରହିଥାଏ ସେ ତାଙ୍କ ଉପରେ ଧନବର୍ଷା କରିଥାନ୍ତି । ବିଶ୍ୱାସ ରହିଛି କି ଯେଉଁ ଘରେ ମା ଲକ୍ଷ୍ମୀ ବାସ କରନ୍ତି, ସେଠାରେ ଧନର ଅଭାବ ଦେଖାଯାଏ ନାହିଁ । ସେଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଲୋକେ ବିଭିନ୍ନ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କିଛି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ସେହି ଘର ଛାଡି ପଳାୟନ କରିଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା କେଉଁ ଘର ମାନଙ୍କରେ ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
– ଯେଉଁ ଘରମାନଙ୍କରେ ସର୍ବଦା ଝଗଡା ଲାଗି ରହେ ଏବଂ ଅନ୍ନ ର ଅପମାନ କରାଯାଇଥାଏ, ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
– ଯେଉଁ ଘରେ ସକାଳ ଏବଂ ସନ୍ଧ୍ୟାରେ ପୂଜା କରାଯାଏ ନାହିଁ, ସେଠରେ ବି ମା’ ବିରାଜମାନ କରନ୍ତି ନାହିଁ ।
– ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟଦୟ ପରେ ବି ଶୋଇ ରହିବାର ଅଭ୍ୟାସ ରଖଛନ୍ତିି ତେବେ ତୁରନ୍ତ ଅଭ୍ୟାସ ବଦଳାନ୍ତୁ । କାରଣ ଏଥିପାଇଁ ମା’ ଲକ୍ଷ୍ମୀ ଘର ବାସ କରନ୍ତି ନାହିଁ ।
– ସଫା ସୁତୁରା ହୋଇ ରହିଥିବା ଘର ମା’ ଲକ୍ଷ୍ମୀଙ୍କର ବହୁତ ପସନ୍ଦ । ସେଥିପାଇଁ ଘରକୁ ଅଳିଆ କରି ପକାନ୍ତୁ ନାହିଁ ।
– ଯେଉଁ ଘରମାନଙ୍କରେ ବଡ ମାନଙ୍କୁ ଅପମାନ କରାଯାଏ ସେଠାରେ କଦାପି ପ୍ରବେଶ କରନ୍ତି ନାହିଁ ମା’ ଲକ୍ଷ୍ମୀ ।