ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଚାଲିଛି କାର୍ତ୍ତିକ ମାସ । ଏହି ମାସକୁ ଧାର୍ମିକ ମାସ ବୋଲି ମଧ୍ୟ କୁହାଯାଏ । କାର୍ତ୍ତିକ ଶୁକ୍ଲ ପକ୍ଷ ନବମୀରେ ଅଁଳା ନବମୀ ବା ଅକ୍ଷୟ ନବମୀ ଭାବେ ପାଳନ କରାଯାଏ । ମହିଳାମାନେ ନବମୀ ଦିନ ଅଁଳା ଗଛ ମୂଳେ ବସି ସନ୍ତାନ ପ୍ରାପ୍ତି ଏବଂ ଘରର ସୁଖ ଶାନ୍ତି ପାଇଁ ସମସ୍ତ ବିଧି ବିଧାନ ସହ ପୂଜା କରିଥାନ୍ତି । ଏହାସହିତ ଏହି ଦିନ ଅଁଳା ଗଛ ମୂଳେ ବସି ଭୋଜନ କରିବାର ପ୍ରଥା ରହିଛି । ଏହାଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଯେଉଁ ଅଁଳା କଥା ଆମେ କହୁଛେ ତାହା କିପରି ଉତ୍ପତି ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..
କୁହାଯାଏ ଯେତେବେଳେ ସାରା ପୃଥିବୀ ଜଳମଗ୍ନ ହୋଇ ଥିଲା,ସେତେବେଳେ ସ୍ୱୟଂ ବ୍ରହ୍ମା ପଦ୍ମ ଫୁଲ ଉପରେ ବସି ନିରାକାର ପରବ୍ରହ୍ମର ତପସ୍ୟା କରିଥିଲେ । ଏହା ଦ୍ୱାରା ବ୍ରହ୍ମାଙ୍କ ଆଖିରୁ ପ୍ରେମର ଅନୁରାଗ ଲୁହ ବୋହିବାକୁ ଲାଗିଥିଲା ଏବଂ ବ୍ରହ୍ମାଙ୍କର ଏହି ଲୁହରୁ ଅଁଳା ଗଛ ଉତ୍ପତି । ସେହି ଗଛରୁ ଚମକ୍ରାରୀ ଔଷଧୀୟ ଫଳ ପ୍ରାପ୍ତି ହୋଇଥିଲା ।
ବେିଜ୍ଞାନିକଙ୍କ ମତରେ ଅଁଳାର ମହତ୍ୱ- ଅଁଳା ଏକ ଅମୃତ ଫଳ ଏଥିରେ ଅନେକ ରୋଗ ସହ ଲଢିବାର କ୍ଷମତା ରହିଛି । ଏହାସହିତ ଏଥିରେ ଭିଟାମିନ୍ ସି ମଧ୍ୟ ରହିଛି । ଅଁଳା ସେବନ ଦ୍ୱାରା ଶରୀର ସୁସ୍ଥ ରହିଥାଏ ।