ପୁରୀ (ଏଟିଆର ବ୍ୟୁରୋ): ଏଣିକି ଆନନ୍ଦବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ଶୁଖିଲା ଭୋଗ । ନିୟମ ଉଲ୍ଲଂଘନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ସୁଆର, ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ସୁରକ୍ଷା ପ୍ରଶାସକଙ୍କୁ ଚିଠି ପଠାଯାଇଛି ।
ଶ୍ରୀମନ୍ଦିରରେ ଆନନ୍ଦ ବଜାରର ବିଶୃଙ୍ଖଳା ଖବର ଦେଖାଦେବା ପରେ ଏଭଳି ନିଷ୍ପତି ନିଆଯାଇଛି ।