ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଜ୍ୟେଷ୍ଠମାସ କୃଷ୍ଣ ପକ୍ଷ ଏକାଦଶୀକୁ ଅପରା ଏକାଦଶୀ ଭାବେ ପାଳନ କରାଯାଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର ଖାସ୍ ମହତ୍ୱ ରହିଛି । ମାନ୍ୟତା ଅନୁସାରେ, ଅପରା ଏକାଦଶୀ ବ୍ରତ କରିବା ଦ୍ୱାରା ଭଗବାନ ଶ୍ରୀହରି ବିଷ୍ଣୁ ,ମନୁଷ୍ୟ ଜୀବନରେ ଥିବା ସମସ୍ତ ଦୁଃଖ ଏବଂ ସମସ୍ୟା ଦୂର କରିଥାନ୍ତି । ସେହିପରି ଅପରା ଏକାଦଶୀକୁ ଜଳକ୍ରୀଡା ଏକାଦଶୀ, ଅଚଳା ଏକାଦଶୀ ଏବଂ ଭଦ୍ରକାଳୀ ଏକାଦଶୀ ନାମରେ ମଧ୍ୟ ଜଣା ଯାଇଥାଏ ।
ପୌରାଣିକ ମାନ୍ୟତାନୁସାରେ, ଅପାର ଏକାଦଶୀର ଅର୍ଥ ହେଉଛି ଅପାର ପୂଣ୍ୟ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ କରିବା ଦ୍ୱାରା ମନୁଷ୍ୟକୁ ଅପାର ପୂଣ୍ୟ ପ୍ରାପ୍ତ ହୋଇଥାଏ । ସେଥିପାଇଁ ଏହାକୁ ଅପରା ଏକାଦଶୀ କୁହାଯାଇଥାଏ । କୁହାଯାଏ କି ଏହି ଏକାଦଶୀରେ ପୂଜା କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ଏବଂ ଜୀବନରେ ମାନ-ସମ୍ମାନ, ଧନ, ବୈଭବ ଏବଂ ଅରୋଗ୍ୟ ଲାଭ ହୋଇଥାଏ ।
ପୌରାଣିକ କଥାରେ ବର୍ଣ୍ଣିତ ଅଛି କି, ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଦ୍ୱାରା ଅପାର ଏକାଦଶୀ କରିଥିଲେ ପାଣ୍ଡବ । ଯାହାଦ୍ୱାରା ସେ ମହାଭାରତ ଯୁଦ୍ଧରେ ବିଜୟ ପ୍ରାପ୍ତି ହୋଇଥିଲେ ।