ପୁରୀ ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିରେ ପୁରୀରେ କୁମ୍ଭକାର ମାନେ ବେଶି ପ୍ରଭାବିତ ହୋଇଥିଲେ । ପ୍ରାୟତ ବହୁତ କୁମ୍ବଶାଳ ନଷ୍ଟ ହୋଇଯାଇଛି । ଯାହା ଫଳରେ ଏବେ ମାଟି ତିଆରି ଅବଢା କୁଡୁଆ ସମସ୍ୟା ଶ୍ରୀମନ୍ଦିରରେ ଦେଖାଦେଇଛି । ଆଗକୁ ରଥ ଯାତ୍ରା ଆସୁଛି ତେବେ ଏହି ସମୟରେ କୋଡୁଆ ପ୍ରଭାବ ଅବଢା ଉପରେ ପଡିବ ବୋଲି ପୂର୍ବାନୁମାନ କରାଯାଉଛି । ଏମିତି ହେଲେ ଅବଢା ଦର ବଢିଯିବ ବୋଲି ମଧ୍ୟ ଆଙ୍କା କରାଯାଉଛି । ସେହିଭଳି ଆଗକୁ ବର୍ଷା ଦିନ ଆସୁଥିବାରୁ କୁମ୍ଭକାର ମାନେ ଯଦି କୁଡୁଆ ତିଆରି ନକରିବେ ତେବେ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ପୂର୍ବାନୁମାନ କରିଛନ୍ତି ସୁଆରମାନେ ।
ସୂଚନାଯୋଗ୍ୟ ପୁରୀକୁ ପ୍ରାୟ ଦିନକୁ ୧୨ ହଜାର କୁଡୁଆ ଦରକାର ପଡେ । ତେବେ ବାତ୍ୟା ପ୍ରଭାବରେ କୁମ୍ବକାର ମାନେ ପ୍ରଭାବିତ ହେବା ଫଳରେ ମାଟି କାମ ଏବେ ବନ୍ଦ ରହିଛି । ମନ୍ଦିରରେ ଏବେ ଯେତିକି ମହଯୁଦ ଅଛି ତାହା ଆସନ୍ତା ମାସେ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରିଛନ୍ତି ସୁଆରମାନେ । କୁଡୁଆ ସମସ୍ୟାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ୨ ଦିନ ମଧ୍ୟରେ ସର୍ଭେ କରି କୁମ୍ଭକାର ମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ସେମାନଙ୍କୁ କୁମ୍ଭାରଶାଳ ନିର୍ମାଣ କରିବା ପାଇଁ ୮ହଜାର ୫ଶହ ସହାୟତା ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।
ଫୋନି ବାତ୍ୟା ଯୋଗୁ ପ୍ରଭାବିତ ପାଳିଆ ସେବକମାନଙ୍କୁ ୨ ମାସର ଅତିରିକ୍ତ ପାଳିଆ ପୁରସ୍କାର ମିଳିବ । ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ପୋଷାକ ଦିଆଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ସେହିଭଳି ବାତ୍ୟାରେ ଶ୍ରୀମନ୍ଦିର ସିଂହ ମୂର୍ତ୍ତି ଭାଙ୍ଗିବା ନେଇ ମହାରାଜା କ୍ଷୋଭ ପ୍ରକାଶ କରିଛନ୍ତି । ସିଂହଦ୍ୱାରରେ ଥିବା ଜୟବିଜୟ ମୂର୍ତି ବଦଳାଯାଇ ପଥର ମୂର୍ତି ଲାଗିବ ବୋଲି ସ୍ଥିର ହୋଇଛି ।