ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ମୃତ ଦେହକୁ ଶ୍ମସାନରେ ଜାଳି ଦାହ ସଂସ୍କାର କରାଯାଇଥାଏ । ଦାହ ସଂସ୍କାର ପରେ ସେହି ପାଉଁଶକୁ ରଖି ପବିତ୍ର ଜଳରେ ବିଷର୍ଜନା କରାଯାଏ । ଏହି ପରମ୍ପରା କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ଅନେକ ଧର୍ମରେ ପ୍ରଚଳିତ ହୋଇ ଆସୁଛି । ଯଦି କୌଣସି କାରଣ ବସତଃ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ବିଷର୍ଜନ କରିପାରି ନାହାନ୍ତି ତେବେ ବିଷର୍ଜନ କରିବା ପର୍ଯ୍ୟନ୍ତ ଫୁଲ ଦିଆଯାଇ ପୂଜା କରାଯାଇଥାଏ । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି ଏହାର କାରଣ କ’ଣ ହୋଇପାରେ? ଆଜ୍ଞା ହଁ ଏହାର ବୈଜ୍ଞାନିକ ଏବଂ ଧାର୍ମିକ କାରଣ ମଧ୍ୟ ରହିଛି ।
ଧାର୍ମିକ କାରଣ: ଶାସ୍ତ୍ରରେ ଲିଖିତ ଅଛି କି ପ୍ରତ୍ୟେକ ନଦୀ ଜଳ ପବିତ୍ର । ଏହି ନଦୀମାନଙ୍କ ମଧ୍ୟରୁ ଗଙ୍ଗାନଦୀ ପବିତ୍ରତମ । କୁର୍ମପୁରାଣ ଅନୁସାରେ ସବୁଠାରୁ ପବିତ୍ର ନଦୀ ହେଉଛି ଗଙ୍ଗା ନଦୀ । ଯେତେବେଳେ ମୃତ ବ୍ୟକ୍ତିଙ୍କ ଅସ୍ଥି ଏହି ନଦୀରେ ପ୍ରଭାହିତ କରାଯାଏ , ସେହି ବ୍ୟକ୍ତିଙ୍କ ଅତ୍ମା ସମସ୍ତ ପାପରୁ ମୁକ୍ତି ହୋଇଥାଏ ।
ବୈଜ୍ଞାନିକ କାରଣ:
ସନାତନ ଧର୍ମର ପ୍ରତ୍ୟେକ କର୍ମକାଣ୍ଡରେ କିଛି ନା କିଛି ବୈଜ୍ଞାନିକ କାରଣ ଅଛି । ଯେତେବେଳେ ମୃତ ବ୍ୟକ୍ତିର ଅସ୍ଥି ନଦୀରେ ପ୍ରଭାହିତ ହୋଇଥାଏ ସେତେବେଳେ ସେହି ଅସ୍ଥି ସହିତ ଅନ୍ୟ ତତ୍ୱ ମଧ୍ୟ ଜଳରେ ମିଶି ଯାଏ । ଏହି ତତ୍ୱରେ ସବୁଠାରୁ ପ୍ରମୁଖ ହେଉଛି ଫସଫରସ୍ ଯାହା ମନୁଷ୍ୟ ହାଡରେ ଥାଏ । ଫସଲ ପାଇଁ ଫସଫରସ୍ ବହୁତ ଉପଯୋଗୀ ।