ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜାପାଠରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ସାମଗ୍ରୀର ବିଶେଷ ମହତ୍ୱ ରହିଛି । ପୂଜାରେ ଚାଉଳ, ସିନ୍ଦୁର, ଫଳ, ଫୁଲ, ନଡିଆ ଏବଂ ଲବଙ୍ଗର ଅଲଗା ମହତ୍ୱ ରହିଛି । ଏହି ପୂଜା ସାମଗ୍ରୀ ବିନା ପ୍ରତ୍ୟେକ ହୋମ, ପୂଜା ପାଠ ଅଧା ବୋଲି କୁହାଯାଇଥାଏ । ଅନେକ ସମୟରେ ପୂଜା ପରେ କିଛି କିଛି ପୂଜା ସାମଗ୍ରୀ ବଳକା ରହିଯାଇଥାଏ । ଲୋକେ ଏହି ବଳକା ପୂଜା ସାମଗ୍ରୀକୁ ମନ୍ଦିରରେ ରଖି ଦିଅନ୍ତି କିମ୍ବା ନଦୀ ଭସାଇ ଦିଅନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବଳକା ରହିଯାଇଥିବା ପୂଜା ସାମଗ୍ରୀ ଜୀବନରେ ସୁଖ-ସମୃଦ୍ଧି ଆଣିବା ପାଇଁ ବ୍ୟବହାର କରାଯାଇପାରେ ।
– ପ୍ରତ୍ୟେକ ପୂଜା-ପାଠରେ ସିନ୍ଦୁର ବ୍ୟବହାର କରାଯାଏ । ଯଦି ପୂଜା ପରେ ଏହା ବଳି ଯାଉଛି ତେବେ ଘରର ବିବାହିତା ନାରୀମାନେ ଏହାକୁ ମଥାରେ ଲଗାଇ ପାରିବେ । ଏଭଳି କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
– ପୂଜା ପରେ ଯଦି ଫୁଲ ବଳିଯାଇଛି ତେବେ ତାକୁ ଏପଟେ ସେପଟେ ଫିଙ୍ଗିବା ଉଚିତ୍ ନୁହେଁ । ଏହା ଅଶୁଭ । ସେହି ଫୁଲକୁ ଏକ ମାଳ କରି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହି ଫୁଲ ଶୁଖିଗଲା ପରେ ତାକୁ ଫୁଲ କୁଣ୍ଡରେ ପକାଇ ଦିଅନ୍ତୁ ।
– ପୂଜାରେ ବଳିଥିବା ଚାଉଳକୁ ଆପଣ ଆପଣଙ୍କ ଘରେ ନିୟମିତ ବ୍ୟବହୃତ ହେଉଥିବା ଚାଉଳରେ ମିଶାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ବଳବତ୍ତର ରହିଥାଏ ।
– ପୂଜାରେ ଗୁଆର ମଧ୍ୟ ଖୁବ୍ ମହତ୍ୱ ରହିଛି । ପୂଜାରେ ସର୍ବଦାରେ ପାନପତ୍ର ଉପରେ ଗୁଆ ରଖାଯାଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ପୂଜା ଶେଷ ହେବା ପରେ ସେହି ଗୁଆକୁ ଏକ ଲାଲ କପଡାରେ ବାନ୍ଧି ଆଲମିରାରେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା କଦାପି ଧନର ଅଭାବ ହେବ ନାହିଁ ।