ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମହାଭାରତର ଯୁଦ୍ଧ ସମାପ୍ତି ହୋଇସାରିଥିଲା । ପାଣ୍ଡବ ପକ୍ଷର ସୈନ୍ୟମାନେ ବିଜୟ ଲାଭ ଖୁସିରେ ସୁଖ ନିଦ୍ରାରେ ଲିନ ଥିଲେ । ତାଙ୍କର ଧାରଣ ଥିଲା ଯେ କୌରବ ପକ୍ଷରୁ ସମସ୍ତ ସୈନ୍ୟବାହିନୀଙ୍କ ମୃତ୍ୟୁ ହେବା ଦ୍ୱାରା ଯୁଦ୍ଧ ଶେଷ ହୋଇଯାଇଛି । କିନ୍ତୁ ତାଙ୍କର ଧାରଣ ବିଲକୁଲ ଭୁଲ ଥିଲା । କାରଣ କୌରବ ପକ୍ଷରୁ ଜଣେ ବ୍ୟକ୍ତି ଜୀବିତ ଥିଲେ । ଏବଂ ସେ ପାଣ୍ଡବଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ । ସେ ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱସ୍ଥାମା । ସେ ପ୍ରତିଶୋଧ ନେବା ପାଇଁ ହାତରେ ଖଣ୍ଡା ଧରି ପାଣ୍ଡବ ଶିବିରରେ ପଶି ଦ୍ରୌପଦିଙ୍କର ୫ ପୁତ୍ରଙ୍କୁ ବଦ୍ଧ କରିଥିଲେ । ଅଶ୍ୱସ୍ଥାମାଙ୍କ ଏଭଳି କାଣ୍ଡ ଜାଣିଲା ପରେ ଦ୍ରୌପଦି ପୁତ୍ରଙ୍କ ଶୋକରେ ବିହ୍ୱଳ ହୋଇପଡିଲେ । ତାଙ୍କ ହୃହୟରେ କ୍ରୋଧର ଜ୍ୱାଳା ହୁ ହୁ ହୋଇ ଜଳିଉଠୁଥିଲା । ତାଙ୍କର ଏଭଳି ଅବସ୍ଥା ଦେଖି ଅର୍ଜୁନ ମଧ୍ୟ ମର୍ମାହତ ହୋଇପଡିଥିଲେ । ଏବଂ ଅଶ୍ୱସ୍ଥାମାଙ୍କୁ ଖୁବ୍ ଶୀଘ୍ର ଧରି ଆଣି ପ୍ରତିଶୋଧ ନେବେ ବୋଲି ଦ୍ରୌପଦଙ୍କୁ ବଚନ ଦେଇଥିଲେ ।
ଭୀମ ମଧ୍ୟ ଅର୍ଜୁନଙ୍କ ସହ ମିଶି ଅଶ୍ୱସ୍ଥାମାଙ୍କୁ ବାନ୍ଧି ଆଣି ଦ୍ରୌପଦିଙ୍କ ସାମ୍ନାରେ ପକାଇଦେଇଥିଲେ । ଗୁରୁପୁତ୍ରଙ୍କୁ ଏହିଭଳି ବାନ୍ଧିଥିବାର ଦେଖି ଦ୍ରୌପଦିଙ୍କ କୋମଳ ହୃଦୟ ତରଳି ଯାଇଥିଲା । ଯେତେବେଳେ ଅର୍ଜୁନ,ଅଶ୍ୱସ୍ଥାମାଙ୍କ ମୁଣ୍ଡ କାଟିବା ପାଇଁ ଖଣ୍ଡା ଉଠାଇଲେ ସେତେବେଳେ ଦ୍ରୌପଦି ଅର୍ଜୁନଙ୍କ ହାତ ଧରି ପକାଇ କହିଲେ , ‘ସ୍ୱାମୀ ଆପଣ ଏହାକୁ ଧରି ଆଣିଲେ,ବାସ୍ ଏତିିକିରେ ମୁଁ ସନ୍ତୁଷ୍ଟ’ ଏହାକୁ ଛାଡି ଦିଅନ୍ତୁ କାରଣ ତାଙ୍କ ମାତା କୃପି ଜୀବିତ ଅଛନ୍ତି । ଏବଂ ମୁଁ ଚାହେଁନି କି ସେ ମଧ୍ୟ ତାଙ୍କ ପୁତ୍ର ବିୟୋଗରେ ଶୋକ କରନ୍ତୁ ।
୫ପୁତ୍ର ହରେଇଥିବା ଦ୍ରୌପଦିଙ୍କ ଏଭଳି ଭାବନା ପାଇଁ ଅଶ୍ୱସ୍ଥାମାଙ୍କ ଜୀବନ ବଞ୍ଚିଯାଇଥିଲା । ଏବଂ ଅଶ୍ୱସ୍ଥାମାଙ୍କ ମୁଣ୍ଡରୁ ମଣି ବାହାର କରି ଦେଇ ତାଙ୍କୁ ମୁକ୍ତ କରାଯାଇଥିଲା । ମଣି ବହାରି ଯିବା ପରେ ସେ ଶ୍ରିହୀନ ହୋଇଯାଇଥିଲେ । ପରେ ଶ୍ରୀକୃଷ୍ଣ ଅଶ୍ୱସ୍ଥାମାଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଏଠି ସେଠି ବୁଲିବା ପାଇଁ ଅଭିଶାପ ଦେଇଥିଲେ । ଶେଷରେ ଅର୍ଜୁନ ତାଙ୍କୁ ଏଭଳି ଅପମାନିତ ଅବସ୍ଥାରେ ଶିବିରରୁ ବହାର କରିଦେଇଥିଲେ । ଅଶ୍ୱସ୍ଥାମା,ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଥିଲେ । ଦ୍ରୋଣାଚାର୍ଯ୍ୟ, ଭଗବାନ ଶିବଙ୍କୁ ଉପାସନା କରି ତାଙ୍କ ଅଂଶରୁ ଅଶ୍ୱସ୍ଥାମା ନାମକ ପୁତ୍ର ପ୍ରାପ୍ତି କରିଥିଲେ । ଭଗବାନ ଶିବଙ୍କର ଅନେକ ଶକ୍ତି ଅଶ୍ୱସ୍ଥାମାଙ୍କ ପାଖରେ ଥିଲା । ଜନ୍ମରୁ ଅଶ୍ୱସ୍ଥାମାଙ୍କ ମସ୍ତିସ୍କରେ ଅମୁଲ୍ୟ ମଣି ବିଦ୍ୟମାନ ଥିଲା ।
ଶିବ ମହାପୁରାଣ ଅନୁଯାୟୀ ଅଶ୍ୱସ୍ଥାମା ଆଜି ବି ଜୀବିତ ଅଛନ୍ତି । ସେ ଗଙ୍ଗା ନଦୀ କୂଳରେ ବାସ କରୁଛନ୍ତି କିନ୍ତୁ ତାଙ୍କର ବାସସ୍ଥାନ କେଉଁଠି ସ୍ପଷ୍ଟ କରାଯାଇନାହିଁ ।