ପୁରୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ଶ୍ରୀମନ୍ଦିରରେ ମହାପ୍ରଭୁ ଜ୍ୱରରେ ପିଡୀତ ଅଛନ୍ତି । ପରମ୍ପରା ଅନୁଯାୟୀ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନିତୀ ସେବା କରୁଛନ୍ତି । ଏହି ସମୟରେ ପ୍ରଥମ ଥର ପାଇଁ ଏକ କୁନି ସେବାୟତଙ୍କୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିଛି । ଯାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଜ୍ଞା ହଁ, ଦୋଳମଣ୍ଡପ ସାହି ସଞ୍ଜୟ ଦାସ ମହାପାତ୍ର ତାଙ୍କ ୨୯ ଦିନର ସାନ ପୁଅ ଅକ୍ଷୟ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଛୁଆଁଇ ୧୦ ମିନିଟ୍ ପରେ ବାହାରକୁ ନେଇ ଆସିଥିଲେ । ଅକ୍ଷୟ ଏହି ସୁଯୋଗ ପାଇଥିବାରୁ ତାଙ୍କ ପରିବାର ଲୋକ ଖୁବ୍ ଖୁସି ଅନୁଭବ କରିବା ସହ ଧନ୍ୟ ମନେ କରିଥିଲେ ।