କଟକ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଆଜି ହେଉଛି ତୃତୀୟ ଦିନ ବା ତ୍ରୟୋଦଶି । ଏହି ଦିନ ବଡ ଓଷା ପାଳନ କରାଯାଏ । କାହିଁ କେଉଁ କାଳରୁ ଏହି ଓଷାକୁ ସମସ୍ତ ଓଡିଶାବାସୀ ଖୁବ୍ ନିଷ୍ଠାର ସହ ପାଳନ କରି ଆସୁଛନ୍ତି । ସବୁଠାରୁ କଠିନ ଓ ଆଚର ପୂର୍ଣ୍ଣ ଏହି ଓଷା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ଖାସ୍ କରି ଦେବଙ୍କର ଦେବ ମହାଦେବଙ୍କ ଧବଳେଶ୍ୱର ପୀଠ ଉତ୍ସବ ମୁଖର ।
ଏହି ଅବସରରେ ଆଜି ଭୋରୁ କଟକ ଧବଳେଶ୍ୱର ପୀଠର ଦ୍ୱାର ଫିଟା ଯାଇ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିଥିଲେ । ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ଥ କରାଯାଇଛି ।
ଆଜି ଏହି ଓଷା ପୀଠରେ ପାଳନ କରାଯାଉଛି । ଏହାର ମୁଖ୍ୟ ଆକର୍ଷଣ ହେଉଛି ଗଜ ଭୋଗ ବା ତୋରଣ ଭୋଗ । ତ୍ରୟୋଦଶି ଦିନ ଭକ୍ତମାନେ ପୀଠରେ ପୂଜାର୍ଚ୍ଚନା କରି ଗଜ ଭୋଗ ଧାରଣ କରି ଘରକୁ ଫେରିବେ ।
ଆସନ୍ତାକାଲି ମାନେ ଚର୍ତୁଦଶୀରେ ଏହି ଓଷା ଗାଁ ଗଣ୍ଡାରେ ପାଳିତ ହେବ । ତାପରେ ପଞ୍ଚମୀ ଦିନ ତଥା ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇ ପଞ୍ଚୁକ ବ୍ରତ ଶେଷ ହେବ ।