ଆଠଗଡ (ଏଟିଆର ବ୍ୟୁରୋ): ଆଜି କାର୍ତ୍ତିକ ମାସ ତ୍ରୟୋଦଶୀ ତିଥି । ଏହି ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହେଉଛି ବଡଓଷା । ଏହାସହିତ ଧବଳେଶ୍ୱର ବାବାଙ୍କୁ ବଡ ସିଂହାର ବେଶରେ ସଜ୍ଜିତ କରାଯାଇଛି । କିନ୍ତୁ ବାବାଙ୍କର ଏହି ବେଶ ଦର୍ଶନରୁ ବଞ୍ଚିତ ଭକ୍ତ । କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପୀଠରେ ଭିଡ ନହେବା ପାଇଁ ଆସନ୍ତା ୧୯ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ୧୪୪ ଧାରା ଜାରି କରାଯାଇଛି ।
ପଞ୍ଚୁକ ଆରମ୍ଭ ରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଧବଳେଶ୍ୱର ପୀଠରେ ଏହି କଟକଣା ଜାରି କରାଯାଇଛି । ପୀଠରେ ବାବାଙ୍କର କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଆଜି ଭୋର ୪ଟାରୁ ପହଡ ଖୋଲାଯିବା ପରେ ୧୦୮ ଗରା ଜଳରେ ବାବାଙ୍କର ସ୍ନାନ ହୋଇଥିଲା । ଏହାପରେ ମଙ୍ଗଳ ଆଳତୀ, ସକାଳ ଧୂପ ଏବଂ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା ।