ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ମଧ୍ୟରେ ଆଜି ଭୋରୁ ବୈଦିକ ମନ୍ତ୍ର ଉଚ୍ଚରାଣ ସହିତ ଭଗବାନ ବଦ୍ରିନାଥ ଧାମର ଦ୍ୱାର ଫିଟାଯାଇଛି । ଏହି ଅବସରରେ ବଦ୍ରିନାଥ ଧାମର ମୁଖ୍ୟ ପୂଜାରୀ ଏବଂ ଧର୍ମାଧିକାରୀ ତଥା ଅନ୍ୟ ପୂଜା ସ୍ଥଳ ସହିତ ଜଡିତ ୧୧ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଲକ୍ ଡାଉନ୍ ପାଇଁ ଇତିହାସରେ ପ୍ରଥମ ଥର ଲାଗି ଦ୍ୱାର ଫିଟା ସମୟରେ କୌଣସି ଭକ୍ତି ଉପସ୍ଥିତ ନଥିଲେ ।
ଭଗବାନ ବଦ୍ରିନାଥଙ୍କ ଦ୍ୱାର ଜ୍ୟେଷ୍ଠ ମାସ , କୃଷ୍ଣ ଅଷ୍ଟମୀ ତିଥି, କୁମ୍ଭ ରାଶି ଧନିଷ୍ଠା ନକ୍ଷତ୍ର ଶୁଭ ମୁହୂର୍ତ୍ତରେ ଖୋଲାଯାଇଛି । ଏହି ଅବସରରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ ସହ ସମସ୍ତେ ମାସ୍କ ମଧ୍ୟ ପିନ୍ଧିଥିଲେ ।
ବଦ୍ରିନାଥ ଧାମର ଦ୍ୱାର ଫିଟା ପ୍ରକ୍ରିୟା ଆଜି ଭୋର ୩ଟାରୁ ଆରମ୍ଭ ହୋଇଯାଇଥିଲା । ଏହାପରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ପୂଜନ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା ।