ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ବାହୁଡା ଯାତ୍ରା । ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ସମ୍ପନ୍ନ ହେବା ପରେ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ହଲି ହଲି ଝୁଲି ଝୁଲି ପହଣ୍ଡି ହୋଇ ଆସୁଛନ୍ତି ବଡ ଠାକୁର । ଟାହିଆ ହଲେଇ ରଥ ଆଡକୁ ଆସୁଛନ୍ତି ଶ୍ରୀବଳଭଦ୍ର । ରାଘବଦାସ ମଠରୁ ଆସିଛି ପ୍ରଭୁଙ୍କର ଏହି ଟାହିଆ । ଘଣ୍ଟ. ଘଣ୍ଟା ଘର୍ଘର ନାଦରେ ଚାଲିଛି ବଡଠାକୁରଙ୍କ ପହଣ୍ଡି । ପହଣ୍ଡି ହୋଇ ତାଳଧ୍ୱଜ ରଥରେ ବିରାଜମାନ କରିବେ ବଡଠାକୁର ବଳଭଦ୍ର ।
ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଚାଲିଛି ବାହୁଡା ଯାତ୍ରା । ସେବାୟତଙ୍କ ଦ୍ୱାରା ରଥ ଟଣା ନୀତି ସମ୍ପନ୍ନ ହେବ ।